ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

Published By : Prameya-News7 Bureau | January 18, 2021 IST

ପାଟଣା ୧୮।୧: ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମର ଜଙ୍ଗଲ ଭିତରୁ ମିଳିଲା ମୃତଦେହ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମର ଜଙ୍ଗଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗୋଡି ପୋଖରୀ ଗ୍ରାମର ରିଷିକାନ୍ତ ମହାନ୍ତ । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସକାଳୁ ଘରେ ସ୍ତ୍ରୀଙ୍କ ସହ କଳହ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ଶୁଶାନ୍ତମଣି ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.