Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଧାନ ବିଲରୁ ମିଳିଲା ଯୁବକଙ୍କ ମୃତଦେହ, ମାଛ ଧରିବାକୁ ଯାଇ ଥିଲେ ନିଖୋଜ

15/09/2021 at 5:44 PM

ନିଶ୍ଚିନ୍ତକୋଇଲି ୧୫।୯: ମାଛ ଧରୁଥିବା ବେଳେ ନିଖୋଜ ଯୁବକଙ୍କ ମୃତଦେହ ୨ ଦିନ ପରେ ଉଦ୍ଧାର । ଧାନ ବିଲରୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଉଦ୍ଧାର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନତକାଇ-ଶକ୍ତିଶ୍ବର ରାସ୍ତା ନିକଟ ଏକ ପାଟନାଳୀରେ ମାଛ ଧରୁଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ ଥିବା ସ୍ଥାନୀୟ ସଂଜୟ ରାଉତଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ଦମକଳ ବାହିନୀ, ଓଡ୍ରାଫ୍ ଟିମ୍ ଓ ନିଶ୍ଚିନ୍ତକୋଇଲି ପୋଲିସ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସନ୍ଧାନ ମିଳିପାରିନଥିଲା ।

ସୂଚନାଯୋଗ୍ୟ ଯେ, ପ୍ରବଳ ବର୍ଷା ହେତୁ କେନାଲ ଓ ପାଟନାଳୀରେ ଜଳସ୍ତର ଅହେତୁକ ବୃଦ୍ଧି ପାଇବା ସହ ଜଳର ସ୍ରୋତ ଅତ୍ୟଧିକ ଥିବାରୁ ନିଖୋଜ ଯୁବକଙ୍କୁ ଖୋଜିବାରେ ବାଧକ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ ପାଟନାଳୀ ନିକଟସ୍ଥ ଏକ ଧାନ ବିଲରେ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ ଓ ସ୍ଥାନୀୟ ପୋଲିସ ତହସିଲଦାରଙ୍କୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସଂଜୟଙ୍କ ହାତରେ ମାଛଧରା ଜାଲର ଅବଶିଷ୍ଟାଂଶ ଲାଗିଥିବା ସହ ରେନ୍ କୋର୍ଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସଂଜୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ନିଶ୍ଚିନ୍ତକୋଇଲି ତହସିଲଦାର ସଂଜୟଙ୍କ  ପରିବାରକୁ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।

   Related Posts