ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | February 06, 2020 IST

ଡେଲାଙ୍ଗ ୬।୨: ପୁରୀ ଜିଲ୍ଲା କଣାସ ବ୍ଲକ୍ ବେଣାଗାଁ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ବେଣାଗାଁ ୟୁଜିଏମଇ ସ୍କୁଲ ଫାଟକ ସମ୍ମୁଖରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ମୃତକ ହେଉଛନ୍ତି ରଘୁନାଥ ମହାନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିର ରାତିରେ ରଘୁନାଥ ନିଜ ଘରୁ କଟକ ଯାଉଥିଲେ । ମାତ୍ର ସେ ଘରରୁ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଠାବ ହୋଇଛି । ତେବେ କଟକ ଯିବାବେଳେ ଗାଁ ଶେଷ ମୁଣ୍ଡରେ ଥିବା ବିଦ୍ୟାଳୟ ନିକଟରେ ତାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ କଣାସ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରଘୁନାଥଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାସ୍ଥଳରୁ ଗାଡି, ରକ୍ତ ଭିଜା ପଥର ଜବତ ମଧ୍ୟ ପୋଲିସ ଜବତ କରିଛି ।

ଅନ୍ୟପଟେ ଘଟଣାରେ ସଂପୃକ୍ତି ଅଭିଯୋଗରେ କଣାସ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ଘଟଣା ଗତକାଲି ରାତି ୧୨ଟାରେ ବେଳେ ଘଟିଛି । ରଘୁନାଥ ମହାନ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୋଲିସ କହିଛି । ହତ୍ୟାକାଣ୍ଡ ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.