ଗଳା କାଟି ଯୁବକଙ୍କୁ ନିର୍ମମ ହତ୍ୟା ! ମୃତଦେହ ନିକଟରେ ପଡିଛି ମଦ ବୋତଲ ଓ ଖାଦ୍ୟ ସାମଗ୍ରୀ

Published By : Prameya-News7 Bureau | April 08, 2021 IST

କଳାହାଣ୍ଡି ୮।୪: ଗଳା କାଟି ଯୁବକଙ୍କୁ ନିର୍ମମ ହତ୍ୟା । ବିଜେପୁର ଥାନା ପୁଇଗୁଡା ନଦୀ କଡ଼ରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବିଜେପୁର ଥାନା ପୁଇଗୁଡା ନଦୀ କଡ଼ରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । କେହି ଦୁର୍ବୃତ୍ତ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତକଙ୍କ ବୟସ ୨୫ ବର୍ଷ ବୋଲି ଅନୁମାନ କରାଯାଉଛି । ତାଙ୍କ ବାମ ହାତରେ ନାଁ ଚିତା କୁଟା ଯାଇଥିଲେ ବି ତାହା ଅସ୍ପଷ୍ଟ ରହିଛି । ଯୁବକଙ୍କ ମୃତଦେହ ନିକଟରୁ ୩ଟି ମଦ ବୋତଲ ଓ ଖାଇବା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.