ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 28, 2020 IST

କଳାହାଣ୍ଡି ୨୮।୬: କଳାହାଣ୍ଡି ଜିଲ୍ଲା କୋକସର ଥାନା ଟେମରା ପଞ୍ଚୟତ ସିର୍ଲିଗୁଡାର ଜଣେ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜରାସନ୍ଧ ଭଇସାଲ । ତାଙ୍କ ବୟସ ୨୮ ବର୍ଷ । ନିଜ ଶୋଇବା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ଦାଦନ ଖଟିବାକୁ ଯାଇ ମାସେ ତଳେ ନିଜ ଗାଁକୁ ଫେରିଥିଲେ । ନିଜ ଶୋଇବା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପାରିବାରିକ ଅଶାନ୍ତିକୁ ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛୁ । ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇ ତଦନ୍ତ କରୁଥିବା ନେଇ ତଦନ୍ତକାରୀ ପୋଲିସ ଏଏସଆଇ ପଙ୍କଜ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.