ଯୁବକଙ୍କୁ ପଥର ଓ ମଦ ବୋତଲରେ ଛେଚି ହତ୍ୟା ! ଘରୁ ଡାକିନେଇଥିଲେ ୫ ଯୁବକ

Published By : Prameya-News7 Bureau | November 05, 2021 IST

ଝାରସୁଗୁଡା ୫୧୧: ଯୁବକଙ୍କୁ ପଥର ଓ ମଦ ବୋତଲରେ ଛେଚି ହତ୍ୟା ଅଭିଯୋଗ । ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ଘଟିଛି ଅଭାବନୀୟ ଘଟଣା ।

{"id":538713,"width":755,"height":416,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ଦୀପାବଳି ଅବସରରେ କୁମ୍ଭାରୀ ଗାଁର ଜ୍ୟୋତିଷ ଚନ୍ଦ୍ର ସାହୁ ନାମକ ଯୁବକଙ୍କୁ ୫ଜଣ ଯୁବକ ଘରୁ ଡାକି ହତ୍ୟା କଲେ । ଗୁରୁତର ଅବସ୍ଥାରେ ଛାଡି ପଳାଇଲେ ଦୁର୍ବୃତ୍ତ । ପରିବାର ଲୋକେ ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦାୟିତ୍ବରେ ଅବହେଳା ଓ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରି ଶତାଧିକ ଲୋକ ଡାକ୍ତରଖାନା ଘେରାଉ କରିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣଙ୍କୁ ବଡମାଲ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.