ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ଭାର ସୁଝି ନପାରି ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | October 14, 2020 IST

ଜଟଣୀ ୧୪।୧୦: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜଟଣୀ ଶ୍ରୀହରିବିହାର ସ୍ଥିତ ନିଜ ଘର ଛାତ ଉପରେ ଥିବା ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଜସରାଜ ମହାରଣା । ତାଙ୍କ ବୟସ ୩୦ ବର୍ଷ ।

ସୂଚନା ଅନୁସାରେ, ଜସରାଜ୍ ମହାରଣା ଜଟଣୀ କଲେଜ ରୋଡ୍ ମୁଖ୍ୟ ରାସ୍ତାରେ ଏକ ଛୋଟ ପରିବା ଦୋକାନ କରି ନିଜ ପରିବାର ଚଳାଉଥିଲେ । ବ୍ୟବସାୟ ପାଇଁ ସେ ବିଭିନ୍ନ ବ୍ୟାଙ୍କ ଓ ହାତଉଧାରୀ କରି ଋଣ ଆଣିଥିଲେ । କିନ୍ତୁ କରୋନା ପାଇଁ ବ୍ୟବସାୟରେ କ୍ଷତି ପାଇଁ ମାନସିକ ଚାପଗ୍ରସ୍ତ ହୋଇଥିଲେ । ଋଣ ଭାର ସୁଝି ନପାରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବଡ ଭାଇ ସୂଚନା ଦେଇଥିଲେ । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.