ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
13/06/2020 at 7:36 AM

ଜଗତସିଂହପୁର ୧୩।୬: ଜଗତସିଂହପୁର ଜିଲ୍ଲା ସଦର ଥାନା ସେକ ପାଟଣା ନିକଟ ଏକ ବୁଦା ମୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ଏରସମା ଥାନା ଗଡ ବିଶିନୀପୁର ଗାଁର ସଲାମୁଦିନ ଖାଁ । ସେ ଗତ ସପ୍ତାହେ ଦେବ ଜଗତସିଂହପୁର ଥାନା ନୂଆଦା ଗାଁରେ ତାଙ୍କ ଶ୍ବଶୁର ଘରେ ରାହୁଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସଲାମୁଦିନ ଖାଁ ବଜାରକୁ ପାନ ଆଣିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଶନିବାର ସକାଳୁ ରାସ୍ତାକଡରେ ଏକ ପରିତ୍ୟକ୍ତ ସ୍ଥାନରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।

ଘଟଣା ସଂପର୍କରେ ଖବର ପାଇ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତ୍ୟୁର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ କୌଣସି ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।