ମିଠା ଦୋକାନରେ କାମ କରୁଥିବା ଯୁବକଙ୍କ ମୃତ୍ୟୁ, ମାଲିକଙ୍କ ଛାତ ଉପରେ ଝୁଲୁଥିଲା ମୃତଦେହ

Published By : Prameya-News7 Bureau | October 10, 2020 IST

ସାନଖେମୁଣ୍ଡି ୧୦।୧୦: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ହିଞ୍ଜିଳି ପୋଲିସ ସ୍ଥାନୀୟ ପୌରାଞ୍ଚଳ ନେହେରୁ ମାର୍ଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ହିଞ୍ଜିଳିକାଟୁ ଅଞ୍ଚଳର ମହେଶ୍ବର ସାହୁଙ୍କ ମିଠା ଦୋକାନରେ ଗତ କିଛି ବର୍ଷ ଧରି କାମ କରୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶନିବାର ସକାଳୁ ମାଲିକଙ୍କ ଘରର ଛାତ ରେଲିଙ୍ଗରେ ଲୁଗା ସହାୟତାରେ  ଆତ୍ମହତ୍ୟା କରିଥିବା ମାଲିକ ଦେଖି ଯୁବକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ମୃତକ ଜଣଙ୍କ ଆସିକା ଥାନା ଖଡଭାଗ ଗ୍ରାମର ଇଶ୍ଵର ସ୍ବାଇଁଙ୍କ ପୁଅ ମଙ୍ଗୁଳୁ । ତାଙ୍କ ବୟସ ୧୮ ବର୍ଷ । ଏ ନେଇ ହିଞ୍ଜିଳି ଥାନାରେ ୨୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.