ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | February 07, 2020 IST

ଜି.ଉଦୟଗିରି ୭।୨: କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ କିରଣ ଜ୍ୟୋତି ମହାବିଦ୍ୟାଳୟ ପଛପଟ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛି ।  

{"id":221168,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଇକିଆ ଥାନା ଅନ୍ତର୍ଗତ କନ୍ୟାଶ୍ରମ ରୋଡ୍ ସ୍ଥିତ ସାରଦା ମଲ୍ଲିକଙ୍କ ପୁଅ ଶୁଭେନ୍ଦୁ ମଲ୍ଲିକ ଗତ ଜାନୁଆରୀ ୧୫ ତାରିଖରେ ନିଖୋଜ ହୋଇଥିଲେ । ଏନେଇ ରାଇକିଆ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ହେଲା ପୁଅ ନିଖୋଜ ଥିବାବେଳେ କେହି ତାଙ୍କ କଥା ଶୁଣିନଥିବା କହିଛନ୍ତି ପରିବାର ଲୋକେ । ତୁରନ୍ତ ଏନେଇ ଏହାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରଶାସନଙ୍କୁ ନିବେଦନ ମଧ୍ୟ କରିଥିଲେ । ଏହାକୁ ନେଇ ରାଇକିଆ ଥାନା ସମ୍ମୁଖରେ ପରିବାର ଏବଂ ରାଇକିଆର ବିଭିନ୍ନ ମହିଳା ସଂଗଠନ ତରଫରୁ ମୁଖ୍ୟ ରାସ୍ତା ଅବୋରାଧ କରାଯାଇଥିଲା । ତେବେ ଗତକାଲି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.