ପାହାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | November 06, 2020 IST

ଜି.ଉଦୟଗିରି ୬।୧୧: ପାହାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

{"id":356996,"sizeSlug":"large"}

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟସ୍ଥ ନନ୍ଦଗିରି ଗ୍ରାମ ପାଖ ଏକ ପାହାଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ଯୁବକଙ୍କ ବେକରେ ଚଦର ବନ୍ଧା ହୋଇ ଏକ ଛୋଟ ଗଛରେ ବନ୍ଧା ହୋଇଛି । ଆଣ୍ଠୁଟି ମାଟିରେ ଲାଗିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି ଯେ ଯୁବକଙ୍କୁ କେହି ମାରି ଏଠାରେ ଟାଙ୍ଗି ଦେଇଛି । ପାଖରେ ଏକ ବ୍ୟାଗ୍ ପଡିଛି । ଜି.ଉଦୟଗିରି ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଶବଟି ଦୁର୍ଘନ୍ଧ ହେଉଥିବାରୁ ଏହା ୪ରୁ ୫ ଦିନ ତଳର ହୋଇଥିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.