ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ

Published By : Prameya-News7 Bureau | April 16, 2021 IST

ଢେଙ୍କାନାଳ ୧୬।୪: ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ମୃତଦେହ ଠାବ ହୋଇଛି । ଏକ ଗଛରେ ବେକରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ଏହି ଯୁବକରଙ୍କ ମୃତଦେହକୁ ପୋଲିସ ଜବତ କରିଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ରାଇତୈଳା ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଗଁନ୍ଦିଆ ପୋଲିସ ଏହି ଗ୍ରାମର ଅର୍ଜୁନ ଜେନାଙ୍କ ଘର ବାଡିର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତା ଗ୍ରାମର ସନ୍ତୋଷ ବେଉରା ବୋଲି ଜଣାପଡିଛି ।

ମୃତ୍ୟୁର ସଠିକ କାରଣ କଣ ଜଣା ପଡ଼ିନାହିଁ । ତେବେ ମୃତ ସନ୍ତୋଷ ରାଇତୈଳା ଗ୍ରାମର ଅର୍ଜୁନ ଜେନାଙ୍କ ଝିଅଙ୍କୁ ବିବାହ କରିଥିଲେ । ସନ୍ତୋଷ ମଦ୍ୟପାନ କରି ପତ୍ନୀଙ୍କୁ ନିର୍ଯାତନା ଦେଉଥିବା    ନେଇ ଥାନାରେ ମଧ୍ୟ ମାମଲା ରହିଛି । ଫଳରେ ପତ୍ନୀ ଶାଶୁଘର ଛାଡି ନିଜ ବାପା ଘର ରାଇତୈଳାକୁ ପଳାଇ ଆସିଥିବାରୁ ସନ୍ତୋଷ ଡାକିବାକୁ ଆସିଥିଲେ । ମାତ୍ର ସେ ଯିବାକୁ ମନା କରିବା ସହ ପୋଲିସରେ ଅଭିଯୋଗ କରିବା ଧମକ ପାଇ ନିରାଶ ହୋଇଥିଲେ ବୋଲି ଜଣାପଡିଛି । ଫଳରେ ସନ୍ତୋଷ ହତାସ ହୋଇ ଏପରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.