ଯୁବକଙ୍କୁ ପଥରରେ ଛେଚି ହତ୍ୟା, ବିବାହ ଭୋଜିରେ ହୋଇଥିଲା ଗଣ୍ଡଗୋଳ

Published By : Prameya-News7 Bureau | February 08, 2020 IST

ଡେଲାଙ୍ଗ ୮।୨: ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରକ୍ତାକ୍ତ ଅବସ୍ଥାରେ ମିଳିଲା ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":221663,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ବିବାହ ଭୋଜିରେ ଗଣ୍ଡଗୋଳକୁ ନେଇ ଯୁବକକୁ ପଥର ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ହେଲେ କାଶୀନାଥ ମହାପାତ୍ର । ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.