ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ
19/02/2020 at 9:59 AM

ବୌଦ୍ଧ ୧୯।୨: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡଭେଲିପଦର ଗ୍ରାମର ମେହୁରୁଣୀ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବାଦିକଟା ଗ୍ରାମର ଜୀନ୍ମୟ ମହାକୁଡ। ପୋଲିସର ତଦନ୍ତ ଆରମ୍ଭ ।
ସୂଚନାଯୋଗ୍ୟ ଯେ, ଆଜି ସକାଳୁ ବାଇକ୍ ଯୋଗେ ନିଜ ଗାଁରୁ ଗୁଡ଼ଭେଳିପଦର ଯାଉଥିଲେ । ହେଲେ ମେହରୁଣୀ ନାଳ ପାଖରେ ତାଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ମନମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ମନମୁଣ୍ଡା ଥାନା ଆଇଆଇସି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021