ନାଳ ନିକଟରୁ ଯୁବକଙ୍କ ମୃତଦେହ ଠାବ : ଶରୀରରେ ରହିଛି କ୍ଷତ ଚିହ୍ନ, ହତ୍ୟା ସନ୍ଦେହ

Published By : Prameya-News7 Bureau | October 28, 2020 IST

ବ୍ରହ୍ମପୁର ୨୮।୧୦: ନାଳ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ପଞ୍ଚମା ଗାଁ ନିକଟରେ ଥିବା ଘଡକା ନାଳ ନିକଟରୁ ମୃତଦେହ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପଞ୍ଚମା ଗାଁ ନିକଟରେ ଥିବା ଘଡକା ନାଳ ନିକଟରୁ ଯୁବକଙ୍କ ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକ । ପରେ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା । ମୃତକ ହେଲେ ସେହି ଗାଁର ଗଉରା ମଣ୍ଡଳ । ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଦେହ ସାରା ମାଡ ଚିହ୍ନ ଥିବା ମଧ୍ୟ ଦେଖାଯାଇଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.