ପାରିବାରିକ କଳହର କରୁଣ ପରିଣତି : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଓ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

Published By : Prameya-News7 Bureau | June 06, 2020 IST

ସୋର ୬।୬: ଉଗ୍ରରୂପ ନେଲା ପାରିବାରିକ କଳହ । ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ବିରିହା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ଗ୍ରାମର ୪୨ ବର୍ଷ ବୟସ୍କ ମଙ୍ଗୁଳୁ ଦଳେଇଙ୍କ ପରିବାରରେ କଳହ ଲାଗି ରହିଥିଲା । ମଙ୍ଗୁଳୁଙ୍କ କାର୍ଯ୍ୟକଳାପକୁ ତାଙ୍କ ପତ୍ନୀ ଜୟନ୍ତୀ ଦଳେଇ ଓ ପୁଅ-ଝିଅ ବିରୋଧ କରିଆସୁଥିଲେ।

{"id":281969,"sizeSlug":"large"}

ପତ୍ନୀ ଜୟନ୍ତୀଙ୍କ ବୟାନ ଅନୁସାରେ ତାଙ୍କ ସ୍ବାମୀ ମଙ୍ଗୁଳୁ ଅଧିକାଂଶ ସମୟରେ ମଦ୍ୟପାନ କରି ଆସି ଘରେ ଗଣ୍ଡଗୋଳ କରନ୍ତି । ଗତକାଲି ରାତିରେ ସେ ମଦ୍ୟପାନ କରି ମୋ ସହ ପୁଅ-ଝିଅଙ୍କୁ ମଧ୍ୟ ଗାଳିଗୁଳଜ ଓ ମାରପିଟ କରିଥିଲେ । ଏହାପରେ ସେ ଶୋଇ ପଡିଥିଲେ । ତେବେ ବିଳମ୍ବିତ ରାତିରେ କିରୋସିନି ଢାଳି ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି ।

{"id":281970,"sizeSlug":"large"}

ଅନ୍ୟପଟେ ମଙ୍ଗୁଳୁକୁ ତିନି ଜଣ ମିଶି ପିଟିପିଟି ମାରିଦେବା ପରେ କିରୋସିନି ଢାଳି ପୋଡିଦେଇ ଆତ୍ମହତ୍ୟା ରୂପ ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଇଆଇସି ସୁଜାତା ଖମାରୀ ଓ ଏଏସଆଇ ନଗେନ ଦାସ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଥିବାର ଜଣାପଡିଛି। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ସାଇଣ୍ଟିଫିକ୍ ଟିମ୍ ଡକାଯାଇଛି ବୋଲି ଆଇଆଇସି ସୁଜାତା ଖମାରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.