ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 09, 2020 IST

କଟକ ୯/୩: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କ ଘର ମାହାଙ୍ଗା ଥାନା ଅନ୍ତର୍ଗତ ଛତିଆ ଗ୍ରାମର ବୋଲି ଜଣାପଡିଛି ।

ସେ ଚୈାଦ୍ବାର ମୁଣ୍ଡମାଳ ସାହିରେ ରହୁଥିବାର ଜଣାପଡିଛି। ଅନ୍ୟପକ୍ଷରେ ଯୁବକର ମୃତଦେହ ରେଲୱେ ଲାଇନରେ ପଡିଥିବା ବେଳେ ମୁଣ୍ଡଟି ଅପରପକ୍ଷର ୧୦୦ ମିଟର ଦୂର ଏକ ଗ୍ୟାରେଜ ପାଖରେ ପଡିଥିବାରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ଆଜି ସକାଳ ୬ଟା ସମୟରେ ଉକ୍ତ ଯୁବକ ଜଣଙ୍କ ପାଖାପାଖି ଅଞ୍ଚଳରେ ବୁଲିଥିବାର ଦେଖିଥିବା କହିଛନ୍ତି ସ୍ଥାନୀୟ ଲୋକ। ଘଟଣାଟି ଘଟିବାର ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପୋଲିସ କିମ୍ବା ଜିଆରପି ପୋଲିସ ପହଞ୍ଚିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.