ଗାଁ ପୋଖରୀରୁ ମିଳିଲା ଗଳିତ ମୃତଦେହ, ଭାଇ ସହ ଝଗଡା କରି ୫ଦିନ ତଳୁ ଥିଲେ ନିଖୋଜ
23/02/2021 at 1:41 PM

ପାଟଣା ୨୩।୨: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ଗ୍ରାମ ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗୋରାସ ଗ୍ରାମ ରାଙ୍ଗାଢିପା ସାହିର ବାସୁ ମୁଣ୍ଡା । ପୋଖରୀକୁ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସାହାରପଡା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ପୋଖରୀ ନିକଟରେ ଥିବା ଏକ ଗଛ ଡାଳରେ ଗାମୁଛା ଝୁଲୁଥିବା ଦେଖିବାକୁ ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ସେ ନିଜ ଭାଇଙ୍କ ସହ ଝଗଡ଼ା କରି ୫ ଦିନ ତଳୁ ନିଖୋଜ ଥିଲେ । ତେବେ କେହି ହତ୍ୟା କରି ପୋଖରୀରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021