ଶ୍ବଶୁରଘର ଗାଁରୁ ଜ୍ବାଇଁଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | April 07, 2021 IST

କାମାକ୍ଷାନଗର ୭।୪: ଶ୍ବଶୁରଘର ଗାଁ ନିକଟରୁ ଏକ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖଇରପଶି ଗ୍ରାମରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ମିଥୁନ ବେହେରା ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତାଳଚେର ଥାନା ହାଣ୍ଡି ଧୂଆର ମିଥୁନ ବେହେରା ଦୁଇ ବର୍ଷ ହେବ ତାଙ୍କ ଶ୍ବଶୁରଘରେ ରହି ଆସୁଥିବା ବେଳେ ମଙ୍ଗଳବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଦୁଇ ଦିନ ତଳୁ ପାରିବାରିକ ଝଗଡ଼ା ପାଇଁ ମିଥୁନ ନିଖୋଜ ଥିବା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ବୁଧବାର ଶ୍ବଶୁରଘର ଲୋକ ମିଶି ତାଙ୍କୁ ହତ୍ୟା କରିଥିବା ତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.