ଯୁବକଙ୍କୁ ଗୁଳି ମାରି ହତ୍ୟା ! ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 21, 2021 IST

ଝାରସୁଗୁଡା ୨୧।୧୦: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ପଙ୍କଜ କୁମାର । ସେ ଝାଡଖଣ୍ଡ ଅଂଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, ଇବ୍ ନଦୀ ନିକଟରେ ପଙ୍କଜଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଝାରସୁଗୁଡା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଝାରସୁଗୁଡା ଏସପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ପଙ୍କଜଙ୍କୁ କେହି ଗୁଳି ମାରି ହତ୍ୟା କରିବା ପରେ ଇବ୍ ନଦୀ ନିକଟରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଝାରସୁଗୁଡା ସଦର ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.