ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ! ୯ ଦିନ ପରେ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | January 15, 2021 IST

ମୁନିଗୁଡା ୧୫।୧: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାର୍ବତ୍ୟାଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତ ୫ ତାରିଖରୁ ନିଖୋଜ ଥିବାବେଳେ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁନିଗୁଡା ପୋଲିସ ଖବର ପାଇ ମଣ୍ଡା ଗ୍ରାମ ନିକଟରେ ଥିବା ବାଘବନ୍ଧ ଝରଣା ନିକଟରେ ପଡିଥିବା ଗଳିତ ମୃତଦେହକୁ ଉଦ୍ଧାର କରିଥିଲା । ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକ ଜଣଙ୍କ କୁଲେରପେଟା ଗାଁର ଲଡକି ସିକକା । ମୃତଦେହଟି ପ୍ରାୟ ନଷ୍ଟ ହୋଇଯାଇଥିବାରୁ ଏହାକୁ ବ୍ରହ୍ମପୁର ଏମକେସିଜିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ଘଟଣା ସପୃକ୍ତି ସନ୍ଦେହରେ ୨ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.