କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ଫେରିଥିଲେ ଗୁଜୁରାଟରୁ

Published By : Prameya-News7 Bureau | June 11, 2020 IST

ମାର୍ଶାଘାଇ ୧୧।୬: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅଞ୍ଚଳର ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ପ୍ରବାସୀ ଜଣଙ୍କ ମାର୍ଶାଘାଇ ଥାନା କୁସୁନପୁର ଗ୍ରାମର ଚିତ୍ତରଞ୍ଜନ ନାୟକ ବୋଲି ଜଣାପଡିଛି ।

{"id":284481,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚିତ୍ତରଞ୍ଜନ ଗୁଜୁରାଟରେ ରହୁଥିବା ବେଳେ ନିକଟରେ ଓଡିଶା ଫେରିଥିଲେ । ସରକାରଙ୍କ ନିୟମ ମୁତାବକ ଚିତ୍ତରଞ୍ଜନ ମାର୍ଶାଘାଇ ବ୍ଲକର ଏକ କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିଥିଲେ । ମାତ୍ର ଗୁରୁବାର ସେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଘରକୁ ଫେରିବାକୁ ଥିବାବେଳେ ବୁଧବାର ହଠାତ୍ ଗୁରୁତର ହୋଇ ପଡିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗୁରୁତର ଅସୁସ୍ଥ ହୋଇଥିବା ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଚିତ୍ତରଞ୍ଜନଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ପ୍ରଶାସନକୁ ଦାୟୀ କରୁଛନ୍ତି ।

{"id":284482,"sizeSlug":"large"}

ଚିତ୍ତରଞ୍ଜନ ଗୁଜୁରାଟରେ କାମ କରି ତାଙ୍କ ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁ ପରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପ୍ରଶାସନ ତରଫରୁ ଚିତ୍ତରଞ୍ଜନ ପରିବାରକୁ ସହାୟତା ଦେବାପାଇଁ ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ ଆସିଥିବାବେଳେ ସହାୟତା ଗ୍ରହଣ କରିନାହାଁନ୍ତି ତାଙ୍କ ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.