କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ, ଭୁଲ୍ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | June 04, 2020 IST

ସୋର ୪।୬: କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ଯୁବକ ।

ସୂଚନାଯୋଗ୍ୟ ଯେ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନ ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ ତାରିଖରେ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକ ଷ୍ଟେସନରୁ ସିଧା ତାଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । ସେଠାରେ ସେ ରହିଥିଲେ ।

ବୁଧବାର ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ୧୦୮ ଓ ୧୦୪କୁ ଯୋଗାଯୋଗ କରିଥିଲେ ମଧ୍ୟ କ୍ବରେଣ୍ଟାଇନ୍ ସେଣ୍ଟରରୁ ରୋଗୀ ଆଣିବାକୁ ମନା କରିଥିଲେ । ବାଧ୍ୟ ହୋଇ ବାଇକ୍ ଯୋଗେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ସୋର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ଭାଇଙ୍କ ମୁତ୍ୟୁ ହୋଇଥିବା ମୃତ ଯୁବକଙ୍କ ଭାଇ ମଧୁସୂଦନ ମଲ୍ଲିକ ଅଭିଯୋଗ କରିଛନ୍ତି । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.