Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ପ୍ରେମ ବିବାହର ୪ ବର୍ଷ ପରେ ଯୁବକଙ୍କୁ ପିଟି ପିଟି ହତ୍ୟା, ପତ୍ନୀ ନାଁରେ ମାମଲା

26/10/2020 at 4:48 PM

ଫତେହାବାଦ ୨୬।୧୦: ହରିୟାଣା ଫତେହାବାଦରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଯୁବକ ଜଣଙ୍କ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ । ସେଠାରୁ ଯୁବକ ଜଣଙ୍କ ଶ୍ବଶୁର ଘରକୁ ଯାଇଥିଲେ । ସୂଚନାଯୋଗ୍ୟ ଯେ, ୪ ବର୍ଷ ପୂର୍ବରୁ ତାଙ୍କର ପ୍ରେମ ବିବାହ ହୋଇଥିଲା । ମୃତକଙ୍କ ପରିବାରଲୋକ ଅଭିଯୋଗ ଅନୁସାରେ ଯୁବକଙ୍କ ସ୍ତ୍ରୀ ଧୋକ୍କାରେ ଯୁବକଙ୍କୁ ହତ୍ୟା କରିଛି । ଏହି ମାମଲାରେ ଯୁବକଙ୍କ ଶ୍ବଶୁରଘର ଲୋକ ପକ୍ଷରୁ ୧୧ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଫତେହାବାଦ ନିରକି ଅହଲି ଗାଁରେ ୩୨ ବର୍ଷ ବୟସ୍କ ଯୁବକ ନିଶାନ୍ତଙ୍କୁ ଅତି ନୃଶଂସ ଭାବେ ପିଟି ପିଟି ହତ୍ୟା କରାଯାଇଛି । ଯୁବକ ଜଣଙ୍କ ଏଠାକୁ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆସିଥିଲା । ମୃତକଙ୍କ ଭଉଣୀ ନିତାଶା କହିଛନ୍ତି ଯେ, ବିବାହ ଉତ୍ସବରେ ଥିବା ବେଳେ ଭାଇ ନିଶାନ୍ତଙ୍କ ନିକଟକୁ ତାଙ୍କ ପତ୍ନୀ ଅନୀତା ଫୋନ୍ କରିଥିଲେ । ଫୋନ୍ ଆସିବା ପରେ ନିଶାନ୍ତ ତାଙ୍କ ଶ୍ବଶୁରଘରକୁ ପଳାଇ ଯାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରେ କଣ ଘଟିଥିବା ତାହା ସ୍ପଷ୍ଟ ଜଣାପଡିନାହିଁ । ପରେ ପରିବାରଲୋକଙ୍କୁ ତାଙ୍କ ମୃତ୍ୟୁ ଖବର ମିଳିଥିଲା । ନିତାଶା କହିଛନ୍ତି ଯେ, ୪ ବର୍ଷ ପୂର୍ବରୁ ତାଙ୍କର ଅଲଗା ଜାତିର ଝିଅ ସହ ପ୍ରେମ ବିବାହ ହୋଇଥିଲା । ଏହାକୁ ନେଇ ଅନୀତାଙ୍କ  ପରିବାର ଲୋକ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିଥିବା ନେଇ ସେ ଅଭିଯୋଗ କରିଥିଲେ ।

ପୋଲିସ କହିଛି ଯେ, ମୃତକଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି । ପରିବାରଲୋକଙ୍କ ଅଭିଯୋଗ କ୍ରମେ ୧୧ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । କିଛି ଲୋକଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ସେମାନଙ୍କୁ ପୋଲିସ ପଚରାଉଚରା କରୁଛି ।

   Related Posts