Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କଳହ ବେଳେ ବୁଝାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଯୁବକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

26/06/2021 at 3:46 PM

ଆନନ୍ଦପୁର ୨୬।୬: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଶାଳକଣିଆଁ ଗାଁରେ ଅଭାବନୀୟ ଘଟଣା । ଗାଁର ଆନନ୍ଦ ଜେନାଙ୍କ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ବାପା ଆନନ୍ଦ ଓ ତାଙ୍କ ପତ୍ନୀ ପଡିଶା ଘରର ଦୈତାରି ପାତ୍ର ଓ ତାଙ୍କ ସାନଭାଇ ଅଶୋକଙ୍କୁ ଡାକି ପିଲାମାନଙ୍କୁ ବୁଝାଇବାକୁ କହିଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପୁଅମାନେ ଓଲଟା ବୁଝାଇବାକୁ ଆସିଥିବା ଦୈତାରୀ ଓ ଅଶୋକଙ୍କୁ ଗାଳିଗୁଲଜ କରିବା ସହ ଦୈତାରିଙ୍କୁ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଦେଖି ଅଶୋକଙ୍କ ପତ୍ନୀ ସସ୍ମିତା ପହଞ୍ଚିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଥିଲା ।

ଗୁରୁତର ଅବସ୍ଥାରେ ସସ୍ମିତା ଓ ଦୈତାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଶନିବାର କଟକରେ ଦୈତାରୀଙ୍କ ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ଗାଁରେ କୌଣସି ଅପ୍ରୀତିକର ପରିସ୍ଥିତି ସମ୍ଭାବନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ପୋଲିସ ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆହୁରି ୫ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । 

   Related Posts