ଧାମରା ରେଳପଥରେ କଟି ଯୁବକଙ୍କ ମୃତ୍ୟୁ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | March 02, 2021 IST

ଚାନ୍ଦବାଲି ୨।୩: ଭଦ୍ରକ-ଧାମରା ରେଳପଥ ବଂଶଡା ବ୍ରିଜ୍ ନିକଟରେ ରେଳପଥରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବାଂଶଡା ଥାନା ନୂଆଗାଁ ପଞ୍ଚାୟତ ଇଚ୍ଛାପୁର ଗାଁରେ କିଣୁ ବେହେରାଙ୍କ ପୁଅ କାଳିଆ ବେହେରା । ପାରିବାରିକ କଳହ ପାଇଁ କାଳିଆ ଟ୍ରେନ୍ ଲାଇନରେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି ।

କାଳିଆଙ୍କୁ ପରିବାର ଲୋକେ ସୋମବାର ରାତିରେ ଖୋଜାଖୋଜି କରିଥିଲେ । ତେବେ ମଙ୍ଗଳବାର ସଖାଳୁ ତାଙ୍କର ମୃତଦେହ ଟ୍ରେନ୍ ଲାଇନରୁ ମିଳିଥିଲା । ସ୍ଥାନୀୟ ବାସିନ୍ଦାଙ୍କଠାରୁ ଖବର ପାଇ ବଂଶଡା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.