ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
23/07/2020 at 11:28 AM

ଉଦଳା ୨୩।୭: ବିଳମ୍ବିତ ରାତିରେ ବଜ୍ରାଘାତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଲାଳଘୁଟୁ ମୂଷାଖାଇ ଗାଁରେ । ଗାଁର ଯୁବକ ଗଜେନ୍ଦ୍ର ନାଥ ମୁର୍ମୁ ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଉଠି ଘର ବାହାରକୁ ଯାଇଥିଲେ । ସେ ଘର ବାରଣ୍ଡାରେ ବସିଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା ।
ବଜ୍ରାଘାତରେ ଗଜେନ୍ଦ୍ର ଗୁରୁତର ହୋଇପଡିଥିବା ବେଳେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡିବା ପରେ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021
କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍
27 February 2021
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021