ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଭୁସି ହତ୍ୟା ଅଭିଯୋଗ, ଥାନାରେ ଏତଲା
9/01/2021 at 5:19 PM

ନୀଳଗିରି ୯।୧: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଭୁସୀ ହତ୍ୟା । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ନିକଟ କେପି ମାହାଲ ଅଞ୍ଚଳର ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ତଇଲାସାହି ଗ୍ରାମର କୁନା ଭୋଳ ।

ସୂଚନାଯୋଗ୍ୟ ଯେ, ତାସ୍ ଖେଳକୁ ନେଇ ଗଣେଶା ସିଂ ଓ କୁନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କୁନା ଘରୁ ବାହାରିବା ବେଳେ ଗଣେଶା ତାଙ୍କୁ ଅଟକ ରଖି ଏକ ଧାରୁଆ ଅସ୍ତ୍ରରେ ଛାତିକୁ ଆକ୍ରମଣ କରିଥିଲା । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି । ଏନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021