ବାଇକ୍‌ରୁ ଟାଣି ନେଇ ଯୁବକଙ୍କୁ କଚାଡି ମାରିଲା ହାତୀ

Published By : Prameya-News7 Bureau | May 12, 2020 IST

ଢେଙ୍କାନାଳ ୧୨।୫: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଜାମୁଚକଡା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଇକରୁ ଟାଣି ନେଇ ଶୁଣ୍ଢରେ କଚାଡି ମାରିଲା ହାତୀ । ସାଙ୍ଗ ସହ ପାଖ ଗାଁକୁ ବାଇକରେ ବସି ଯାଇଥିବାବେଳେ ପଛରୁ ଟାଣି ନେଲା ହାତୀ । ପରେ ଶୁଣ୍ଢରେ କଚାଡି ମାରିଦେଲା ହାତୀ ।

ଢେଙ୍କାନାଳ ବନଖଣ୍ଡ  ହିନ୍ଦୋଳ ବନାଞ୍ଚଳର ଜାମୁଚକଡା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ବାଇକ ଚଳାକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଜଣଙ୍କ ଜାମୁଚକଡା ଗ୍ରାମର ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି ।

ସେ ତାଙ୍କ ସାଙ୍ଗ ସହ ସୋମବାର ରାତିରେ ମଇଧରପୁରରୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ମାତ୍ର ବାଟରେ ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ । ଫଳରେ ବାଇକ୍ ବୁଲାଇ ପଳାଇବାବେଳେ ପଛରେ ବସିଥିବା ଦୁର୍ଯ୍ୟୋଧନକୁ ଶୁଣ୍ଢରେ ଟାଣିନେଇ କଚାଡି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.