ଘରେ ଓ୍ବାରିଙ୍ଗ ହୋଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 21, 2021 IST

ଘଟଗାଁ ୨୧।୬: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗାଁର ଯୁଗଳ ପଲେଇଙ୍କର ତାଙ୍କ ଘରେ ଓ୍ବାରିଙ୍ଗ ହୋଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ମୃତ ଯୁଗଳ ନାଏକ ସୋମବାର ସକାଳୁ ତାଙ୍କ ଘର ଭିତର ସିଲିଙ୍ଗ ହୋଇଥିବା ପଲିଥିନ୍ କୁ ଖୋଲୁଥିଲେ । ଏହି ସମୟରେ ପାଖରେ ଥିବା ଇଲେକ୍ଟ୍ରି ମିଟରରେ ତାଙ୍କର ହାତ ବାଜିଯାଇଥିଲା । ଫଳରେ ପାଖରେ ଆରଥିଙ୍ଗ ହୋଇଥିବା ଜିଆଇ ତାର ସଂସ୍ପର୍ଶରେ ଆସି ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଯାହାଫଳରେ ସେ ବହୁତ ଜୋରରେ ତଳେ ପଡିଯାଇ ବେହୋସ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଘର ଲୋକ ଦେଖି ତାଙ୍କୁ ବେହୋସ ଅବସ୍ଥାରେ ନିକଟସ୍ଥ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.