ପାଣି ମଟର ଲଗାଇବା ବେଳେ ଲାଗିଲା ବିଦ୍ୟୁତ୍ ଝଟ୍‌କା, ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | April 05, 2021 IST

ଚାନ୍ଦବାଲି ୫।୪: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ତୋଟାପଡ଼ା ଗାଁରେ ବିଜୁଳି ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ତୋଟାପଡ଼ା ଗାଁର ଧୂଶାସନ ନାୟକଙ୍କ ପୁଅ ସର୍ବଶ୍ବର ନାୟକ ।

ସୂଚନାଯୋଗ୍ୟ ଯେ, ସୋମବାର ସର୍ବଶ୍ବେରଙ୍କ କୋଠଘର କାମ ଚାଲିଥିବା ବେଳେ ପାଣି ମଟର ଚାଲୁ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ସର୍ବେଶ୍ବରଙ୍କୁ ପରିବାର ଲେକେ ୧୦୮ ଆମ୍ବୁଲାନ୍ସ ଯୋଗେ ତିହିଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବାଂଶଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.