ସଂଘବଦ୍ଧ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ, ୭ ଜଣଙ୍କ ନାଁରେ ଏତଲା ଦେଲେ ମୃତକଙ୍କ ସ୍ତ୍ରୀ

Published By : Prameya-News7 Bureau | September 26, 2020 IST

ଭୁବନ ୨୬।୯: ଢେଙ୍କାନାଳ ଜିଲ୍ଲା ଭୁବନ ଅନନ୍ତପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଏ ନେଇ ଭୁବନ ଥାନାରେ ୭ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅନନ୍ତପୁରର ଜଣେ ଯୁବକଙ୍କୁ ଘରୁ ଡାକିନେଇ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଗୁରୁତର ଯୁବକଙ୍କର ଡାକ୍ତରଖାନରେ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ମୃତକଙ୍କ ପତ୍ନୀ ଶୁକ୍ରବାର ଭୁବନ ଥାନାରେ ୭ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଭୁବନ ପୋଲିସ ଏକ ହତ୍ୟା ମମଲା ରୁଜୁ କରିଥିବାବେଳେ ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ଜଣଙ୍କ ଭୁବନ ଥାନା ଅନନ୍ତପୁରର ଗମରଗୋଳ ଗ୍ରାମର ଯଶୋବନ୍ତ ପ୍ରଧାନ ବୋଲି ଜଣାପଡିଛି ।

ଗତ ୨୨ତାରିଖ ରାତି ପ୍ରାୟ ୮ଟା ସମୟରେ କେତକ ଯୁବକ ତାଙ୍କୁ ଘରୁ ଡାକିନେଇଥିଲେ । ପରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମୁଣ୍ଡାକୁଳ ଗ୍ରାମରେ ତାଙ୍କୁ ଏହି ଯୁବକମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଯଶୋବନ୍ତଙ୍କୁ ତାଙ୍କ ଘର ସମ୍ମୁଖରେ ଫୋପାଡ଼ି ଦେବା ସହ  କାହାକୁ ନ କହିବାକୁ ତାଙ୍କ ପତ୍ନୀଙ୍କୁ ଧମକ ଦେଇ ପଳାଇଥିଲେ । ତେବେ ତା ପରଦିନ ଯଶୋବନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର ନେବା ବାଟରେ  ସଙ୍କଟାପନ୍ନ ହେବାରୁ ପରଜଙ୍ଗ ମେଡିକାଲରେ ଭର୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡର ଅଭିଯୁକ୍ତ  ୭ଜଣ ସୁକିନ୍ଦା ଥାନା ଅନ୍ତର୍ଗତ ମୁଣ୍ଡାକୁଳ ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.