ପୋଲିସ ପିସିଆର ଭ୍ୟାନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ

Published By : Prameya-News7 Bureau | November 06, 2021 IST

ଝାରସୁଗୁଡା ୬।୧୧: ପୋଲିସର ପିସିଆର ଭ୍ୟାନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଚିଖଲାପାଲି ଛକ ଠାରେ ଶୁକ୍ରବାର ରାତିରେ ପୋଲିସ ଗାଡ଼ିରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ସଦସ୍ୟ । ମୃତକ ଜଣଙ୍କ ହେଲେ ପଲସଦା ଗାଁର ୨୧ ବର୍ଷ ବୟସର ସାଗର ମେହେର । ଶୁକ୍ରବାର ରାତିରେ ପଲସଦା ଗାଁର ସାଗର ମେହେର ଏବଂ ସତ୍ୟବାନ ତେଲେଙ୍ଗା ଏକ ବାଇକରେ ଯାଉଥିବା ବେଳେ ପୋଲିସ ଗାଡ଼ିରେ ଦୁଇ ଜଣ ଧକ୍କା ହୋଇଥିବା ପରେ ପୋଲିସ ଗାଡ଼ିରେ TRL ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ହେଲେ ପୋଲିସ ଗାଡ଼ିରେ ଧକ୍କା ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ସାଗରଙ୍କର ମୃତ୍ୟୁ ଯାଇଥିବା ବେଳେ କଣ ପାଇଁ ସାଗରଙ୍କର ପରିବାରକୁ ଅବଗତ କରିନଥିଲେ। ଏନେଇ ପୋଲିସ ହିଁ ଦାୟୀ ଏବଂ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏହି ଘଟଣାକୁ ନେଇ ଗତରାତିରେ ରେଙ୍ଗାଲୀ ଥାନାରେ ପଲସଦା ଗାଁର ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ପୋଲିସ ଭ୍ୟାନରେ ଦୁର୍ଘଟଣା ଘଟିନାହିଁ ବରଂ ଅଜଣା ଗାଡି ଧକ୍କାରେ ଆହତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡି ରହିଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରି ପୋଲିସ ଭ୍ୟାନରେ ଡାକ୍ତରଖାନା ନିଆଯାଇଥିଲା ବୋଲି ଏସପି କହିବା ସହ ଗତ ରାତିରେ ଏହି ଘଟଣାକୁ ନେଇ ରେଙ୍ଗାଲୀ ଥାନାରେ ଭଙ୍ଗାରୁଜା କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.