ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ

Published By : Prameya-News7 Bureau | October 23, 2020 IST

ପାଟଣା ୨୩।୧୦: କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦୁଝର ରାସ୍ତାର ପୁଟୁଳିଆ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଛି । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ସଅଁରାପଶି ଗ୍ରାମର ବିଶନ ମୁଣ୍ଡା ।

ଶୁକ୍ରବାର ସକାଳୁ ବିଶନ ବାଇକ୍ ଯୋଗେ ଟାଙ୍ଗରପଡା ପଟୁ ପାଟଣାକୁ ଯାଉଥିବା ବେଳେ ପୁଟୁଳିଆ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ପଥରରେ ପିଟି ହୋଇଥିଲେ । ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.