ଚାଲି ଚାଲି ଯିବା ବେଳେ ଚାପିଦେଲା ଟ୍ରକ୍, ଘଟଣାସ୍ଥଳରେ ଯୁବକ ମୃତ

Published By : Prameya-News7 Bureau | April 06, 2021 IST

ଖୋର୍ଦ୍ଧା ୬।୪: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ଜଣେ ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ୍ ଚକା ତଳେ ପସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଯୁବକଙ୍କ ମୃତଦେହକୁ ଜବତ କରିବା ସହିତ ଟ୍ରକ୍ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଦୃର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ସେପଟେ ରାସ୍ତା କାମ ଚାଲୁଥିବା ବେଳେ ଟ୍ରକ୍ ଗୁଡିକ ଅସାବଧାନତା ଭାବରେ ଗାଡି ଚଳାଚଳ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କିଛି ସମୟ  ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.