ହୋଟେଲରୁ ଖାଇସାରି ଘରକୁ ଫେରୁଥିଲେ, ରାସ୍ତା କଡରେ ଥିବା ଗଛରେ ପିଟିହୋଇ ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | November 11, 2020 IST

ଜି.ଉଦୟଗିରି ୧୧।୧୧: ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ଡୁଙ୍ଗିଠାରେ ମଙ୍ଗଳବାର ରାତିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଜି.ଉଦୟଗିରି ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ତେଙ୍ଗଡ଼ାପଥର ଛକରେ ଥିବା ଏକ ହୋଟେଲରୁ ଖାଇସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଟିକାବାଲି ମେଡିକାଲକୁ ପଠାଯାଇଛି । ଯୁବକଙ୍କ ନାଁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.