ଟ୍ରେନ୍ ଲାଇନ୍‌ରେ କଟି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 21, 2020 IST

ଚାନ୍ଦବାଲି ୨୧।୧୧: ଟ୍ରେନ୍ ଲାଇନ୍ ରେ କଟି ଯୁବକଙ୍କ ମୃତ୍ୟୁ । ମୃତକ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତର ଜନ୍ତୁଆଳି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ସାନପୁଅ କାହ୍ନା ବେହେରା। ତାଙ୍କ ବୟସ ୨୨ ବର୍ଷ ।

ଶୁକ୍ରବାର ବିଳମ୍ବିତ ରାତିରେ କାହ୍ନା ବାଇକ୍ ଯୋଗେ ଘରକୁ ଆସୁଥିବା ବେଳେ ଟ୍ରେନ୍ ଲାଇନ୍ ପାର ହେଉଥିବା ସମୟରେ ଟ୍ରେନ୍ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ କାହ୍ନାର ମୃତ୍ୟୁ ଘଟିଛି । ବାଂଶଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଚଳାଇଛି । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଧାମରା ବନ୍ଦରର କର୍ତ୍ତୃପକ୍ଷ  ଓ ଲେବଲ କ୍ରସିଂରେ ସୁରକ୍ଷା ନ ଥିବାକୁ ଦାୟୀ କରିଛନ୍ତି । ଏଥି ଯୋଗୁଁ ଜଣେ ଯୁବକଙ୍କର ଜୀବନ ଅକାଳରେ ଚାଲିଗଲା ବୋଲି  ସ୍ଥାନୀୟ  ଅଞ୍ଚଳବାସୀ ଅଭିଯୋଗ କରିବା ସହ ଧାମରା ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.