Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଦିନ କେଇଟା ପରେ ହୋଇଥାନ୍ତା ବାହାଘର, କରୋନା ନେଇଗଲା ଜୀବନ : ବର ବେଶରେ ସଜେଇ ହେବା ବଦଳରେ ଉଠିଲା କୋକେଇ

18/06/2021 at 10:24 AM

ଭଦ୍ରକ ୧୮।୬: ବିବାହ ପାଇଁ  ଲଗ୍ନ ସରିଥିଲା, ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥିଲା । ବାହାଘର ପାଇଁ ବିବାହ ସାମଗ୍ରୀ ଘରେ ପହଞ୍ଚିସାରିଥିଲା ।  କିନ୍ତୁ ସବୁ ଆଶାକୁ ଭାଙ୍ଗିଦେଲା କାରୋନା । ବର ହେବାକୁ ଆଉ କେଇଦିନ ବାକି ଥିବାବେଳେ କାରୋନା ସଂକ୍ରମିତ ଚିହ୍ନଟ ହେଲେ ପୁଅ ।  ଏମିତି ସ୍ଥିତିରେ ପରିବାର ଲୋକେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ ଆଉ ଆଶା ଥିଲା ପୁଅ ସୁସ୍ଥ ହୋଇ ଫେରିବ ଆଉ ବାହାଘର ହେବ । କିନ୍ତୁ ଯେମିତି ବିଧିର ବିଧାନ ଥିଲା ଅଲଗା ।  କାରୋନା ନେଇଗଲା ଜୀବନ ଓ ଘର କାନ୍ଥରେ ସ୍ମୃତି ହୋଇ ରହିଗଲା କେବଳ ଦୁଇଟି ନାଁ । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ  ଅଞ୍ଚଳର ନାଥ ସାହିରେ ।

ସୂଚନାଯୋଗ୍ୟ ଯେ, ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷ ବୟସ୍କ ପୁଅ ଚନ୍ଦ୍ରମଣୀଙ୍କର ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ।  ୩ ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତା ପରଦିନ ହଠାତ୍ ଜ୍ଵର ହେବାରୁ କରୋନା ଟେଷ୍ଟ ପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ ପୁଅ ।  ସେଥିପାଇଁ ବିବାହ ତାରିଖ ଘୁଞ୍ଚାଇ ୧୮ ତାରିଖ ପାଇଁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର ।  ବିବାହ ଦିନ ଯେତେ ପାଖେଇ ଆସୁଥିଲା ଦେହ ମଧ୍ୟ ଭଲ ହେବାକୁ ଲାଗିଥିଲା ।  ପରିବାର ଲୋକ  ସମସ୍ତ ପ୍ରସ୍ତୁତି ଚଳାଇଥିଲେ । ବନ୍ଧୁବାନ୍ଧବ ମଧ୍ୟ ଆସିସାରିଥିଲେ । ବର ପାଇଁ ନୂଆ ଲୁଗାପଟା ମଧ୍ୟ କିଣା ସରିଥିଲା ।  

ହେଲେ ହଠାତ ପୁଅ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରି ପରିବାର ଲୋକଙ୍କୁ ଡାକିଥିଲେ । ଆଉ ପରିବାର ଲୋକ ଘରକୁ ଡାକ୍ତର ଡାକି ଦେଖିଲେ ପୁଅର ଅକ୍ସିଜେନ ଲେବଲ କମିଯାଉଛି ।  ମେଡିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଅର ମୃତ୍ୟୁ ଘଟିଥିଲା ।  ଗ୍ରାମବାସୀମାନେ ଶବ ସତ୍କାର ପାଇଁ କେହି ଆସିଲେ ନାହିଁ । ସ୍ଥାନୀୟ ସରପଞ୍ଚ, ବ୍ଲକ୍ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର କରାଗଲା ।  ଏହି ଖବର ପ୍ରଚାରିତ ହେବା ପରେ ଏବେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

   Related Posts