ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ
31/07/2020 at 4:49 PM

ବୌଦ୍ଧ ୩୧।୭: ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ । ଗୁରୁବାର ବିଳମ୍ବିତ ରାତିରେ ବାଉଁଶୁଣୀ ଥାନା ବାଦିକଟା ଗ୍ରାମର ଜଣେ ଯୁବକଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକଙ୍କ ବୟସ ୨୬ ବର୍ଷ ।
ମିଳିଥିବା ସୂଚନା ଅନୁଯାୟୀ ବାଦିକଟା ଗ୍ରାମର ରାଜେଶ ବାଦୀ ନାମକ ଜଣେ ଯୁବକ ରାତିରେ ନିଜ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବିଷଧର ଚିତି ସାପ ତାଙ୍କୁ କାମୁଡି ଦେଇଥିଲା । ସାପ କାମୁଡାରେ ଅସୁସ୍ଥ ହୋଇଥିବା ରାଜେଶଙ୍କୁ ପ୍ରଥମେ ଗୁଣିଆ ଡାକି ପରିବାର ଲୋକ ଝଡା ଫୁଙ୍କା କରାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଡାକ୍ତରଖାନା ଆଣିବା ପାଇଁ ଶୁକ୍ରବାର ସକାଳେ ୧୦୮ ଆମ୍ବୁଲାନସକୁ ଡକାଇ ବlଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ରାଜେଶଙ୍କୁ ମୃତ ଘୋଷଣା କରିଛନ୍ତି ।