ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | August 16, 2020 IST

ସୁବର୍ଣ୍ଣପୁର ୧୬।୮: ସାରା ରାଜ୍ୟରେ ଲଗାଣ ବର୍ଷା । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେଉଛି । ଜିଲ୍ଲାରେ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଧୁଲଧୁଲା ଗାଁ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଅଜିତ ମହାକୁଡ । ସେ ତାଙ୍କ ବିଲକୁ ଚାଷ କାମ ପାଇଁ ଯାଇଥିବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତ ଫଳରେ ସେ ସେଠାରେ ସେ ଅଚେତ ହୋଇ ପଡିଯାଇଥିଲେ । ପରିବାର ଲୋକେ ଅଜିତଙ୍କୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.