ବାତ୍ୟା ପରେ ବିଦ୍ୟୁତ ଖୁଣ୍ଟରେ ଚଢି ସଜାଡୁଥିଲେ ଟିଭି କେବୁଲ ତାର, ହଠାତ କରେଣ୍ଟ ଆସିଯିବାରୁ ଚାଲିଗଲା ଜୀବନ

Published By : Prameya-News7 Bureau | May 27, 2021 IST

ଜଳେଶ୍ବର ୨୭।୫: ବିଦ୍ୟୁତ ଆଘାତ ନେଲା ଜୀବନ । ବାତ୍ୟା ‘ୟାସ୍ ପରେ ବିଦ୍ୟୁତ ଖୁଣ୍ଟରେ ଚଢି ଟିଭି କେବୁଲ ତାର ସଜାଡୁଥିବା ବେଳେ ହଠାତ ବିଦ୍ୟୁତ ଆସିଯିବାରୁ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌର ପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ଚୁଡାମଣିପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଜଳେଶ୍ବର ପୌର ପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ଚୁଡାମଣିପୁର ଗ୍ରାମର ଉଦୟ ନାରାୟଣ ସେନଙ୍କ ପୁଅ ସୁଶାନ୍ତ ସେନ ବାତ୍ୟା ‘ୟାସ୍’ ପରେ ବିଦ୍ୟୁତ ନଥିବା ବେଳେ ଖୁଣ୍ଟରେ ଚଢି ଟିଭି କେବୁଲ ତାର ସଜାଡୁଥିଲେ । ସେହି ସମୟରେ ହଠାତ ବିଦ୍ୟୁତ ଆସିଯିବାରୁ ଯୁବକ ଜଣଙ୍କ ବିଦ୍ୟୁତ ଆଘାତ ପାଇ ଖୁଣ୍ଟରୁ ତଳକୁ ଖସି ପଡିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ତାଙ୍କୁ ଜଳେଶ୍ବର ଜିକେ ଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.