ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 26, 2020 IST

ପାରଦୀପ ୨୬।୮: ପୋଖରୀରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ପାଣିରେ ବୁଡିଗଲେ ଯୁବକ । ପୋଲିସ ଉଦ୍ଧାର କରି ମେଡିକାଲ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ବିଶ୍ବାଳୀ ଗ୍ରାମର କୈଳାସ ଦାସଙ୍କ ପୁତ୍ର ସୁନୀଲ ଦାସ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେହି ଗ୍ରାମର ଜଣେ ଲୋକ ପୋଖରୀ ବାଟ ଦେଇ ଯାଉଥିବା ସମୟରେ ପୋଖରୀରେ ଜଣେ ଭାସୁଥିବାର ଦେଖିଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଗଡ଼ ଲକ୍ ପୋଲିସ ପହଞ୍ଚି ଯୁବକକୁ ପୋଖରୀରୁ ଉଦ୍ଧାର କରି ସ୍ଥାନୀୟ ଅଠରବାଙ୍କୀ ମେଡ଼ିକାଲ ଆଣିଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.