ମାଛକୁ ଦାନା ଦେବାକୁ ଯାଇଥିଲେ, ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | October 27, 2020 IST

ମୁନିଗୁଡା ୨୭।୧୦: ପୋଖରୀରେ ବୁଡି ଡଙ୍ଗରିଆ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ର ଖଂବେଶି ଗ୍ରାମରେ । ମୃତ ଯୁବକ ଜଣକ ଦାସୁରୁ ୱାଡାକା । ଦାସୁରୁ ନିଜ ପଖରୀରେ ମାଛ ଚାଷ କରୁଥିଲେ ।  ମାଛକୁ ଦାନା ଦେବା ପାଇଁ ପୋଖରୀ ଭିତରକୁ ଯାଇଥିଲେ । କୌଣସି କାରଣରୁ ସେ  ପୋଖରୀ ଭିତରେ ବୁଡି ଯାଇଥିଲେ ।

ପୋଖରୀ ପାଖରେ ଉପସ୍ଥିତ ଥିବା ତାଙ୍କ ପୁଅ କିଛି ସମୟ ପରେ ବାପା ପୋଖରୀ ଭିତରୁ ନ ବାହାରିବାରୁ   ଗ୍ରାମବାସୀଙ୍କୁ ଏନେଇ ଜଣାଇବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଖୋଜାଖୋଜି କରି ଦାସୁରୁଙ୍କ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.