ଶୌଚ ହେବାକୁ ଯାଇ ଫେରିଲେନି ଯୁବକ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 02, 2020 IST

ଆନନ୍ଦପୁର ୨।୧୦: ଶୌଚ ହେବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପାଲବଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ମୃତ ଯୁବକ ଲବ ହୋ । ତାଙ୍କ ବୟସ ୨୦ ବର୍ଷ ହେବ ।

ସୂଚନା ଅନୁସାରେ ଲବ ଶୌଚ ହେବାକୁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ହେତୁ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା । ମୃତଦେହ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ ନିମନ୍ତେ ଭର୍ତ୍ତି କରାଯାଇଛି । ଆନନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.