ସାଙ୍ଗ ସହ ଗାଧୋଇବା ବେଳେ କୁଆଖାଇ ନଦୀରେ ବୁଡିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | April 20, 2021 IST

ବାଲିପାଟଣା ୨୦।୪: ପୁଣି କୁଆଖାଇ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ନିଖୋଜ ଯୁବକଙ୍କୁ ପ୍ରାୟ ଦୁଇ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଛି ବାଲିଅନ୍ତା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଜଗତସିଂହପୁର ଅଂଚଳର ୨୨ ବର୍ଷ ବୟସ୍କ ବିଶ୍ଵ ରଂଜନ ସ୍ଵାଇଁ  । ସେ ଭୁବନେଶ୍ଵର ବ୍ରହ୍ମେଶ୍ଵରପାଟଣାରେ ପରିବାର ସହ ରୁହନ୍ତି ।  ଭୁବନେଶ୍ଵର ବ୍ରହ୍ମେଶ୍ଵରପାଟଣାରେ ଭଡାରେ ରହୁଥିବା ବିଶ୍ଵ ରଂଜନ ସାଙ୍ଗ ସହ କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ ।

{"id":441456,"sizeSlug":"large","linkDestination":"none"}

ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ଦୁଇ ସାଙ୍ଗ ଗାଧୋଇବା ବେଳେ ବିଶ୍ଵ ନଦୀର ଗଭୀର ଗଣ୍ଡରେ ବୁଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଅନ୍ୟ ସାଙ୍ଗ ।   ସଙ୍ଗେ ସଙ୍ଗେ ଏ ବାବଦରେ  ପୋଲିସ ଏବଂ ବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ବୁଡାଳିଙ୍କ ସହାୟତାରେ ନଦୀରେ ଉଦ୍ଧାର କାର୍ଯ୍ୟ କରିଥିଲେ । ଦୀର୍ଘ ସମୟ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ସେତେ ବେଳକୁ ବିଶ୍ଵଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌ ପଠାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.