ମାଛ ଧରିବାକୁ ଯାଇ ସୂଅରେ ଭାସିଗଲେ, ଦୁଇ ଘଣ୍ଟାର କସରତ ପରେ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | August 27, 2020 IST

ଆନନ୍ଦପୁର ୨୭।୮: ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିଲେନି । ଘରକୁ ଫେରିଲା ଯୁବକଙ୍କ ମୃତଦେହ । ମାଛ ଧରୁଥିବା ବେଳେ ନାଳରେ ଭାସିଯାଇ ପ୍ରାଣ ହରାଇଲେ ଯୁବକ । ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ସୁଲଣ ନାଳକୁ ଗୁରୁବାର ସକାଳୁ ମାଛ ଧରିବାକୁ ଯାଇଥିଲେ ଯୁବକ । ନାଳଠାରେ ମାଛ ଧରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଯୁବକଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲ ।

ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ । ଦୁଇ ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ହେଇଛନ୍ତି ସ୍ଥାନୀୟ କଣ୍ଟିଆଡି ଗାଁର ବନମାଳି ଦେହୁରୀଙ୍କ ପୁଅ ସନା । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.