ଗାଧୋଇବା ବେଳେ କେନାଲରେ ବୁଡିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | July 26, 2021 IST

ଆନନ୍ଦପୁର ୨୬।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ଶାଳଣିଆଁ ଶାଖା କେନାଲର ଅଣା ଛକ ନିକଟରେ ବୁଡିଗଲେ ଜଣେ ଯୁବକ । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନିସଙ୍ଗପୁର ଗ୍ରାମର ମଙ୍ଗୁଳି ଜେନାଙ୍କ ପୁଅ ଇଶ୍ବର ଜେନା ବୋଲି ଜଣାପଡିଛି ।  

{"id":486045,"width":750,"height":413,"sizeSlug":"large","linkDestination":"none"}

ସୋମବାର ଦିନ ୧୧ଟା ବେଳେ ସେ କେନାଲରେ ଗାଧୋଇବା ସମୟରେ ଅସାବଧାନତାରୁ ବୁଡିଯାଇଥିଲେ । ହାଟଡିହି ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅନେକ ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.