ବନ କର୍ମଚାରୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ! କାଠ ଚୋରୀ ସନ୍ଦେହରେ ଉଠାଇ ଆଣିଥିଲେ

Published By : Prameya-News7 Bureau | October 14, 2020 IST

ଖୋର୍ଦ୍ଧା ୧୪।୧୦: ଖୋର୍ଦ୍ଧା ବାଣପୁର ଜଙ୍ଗଲ ମଧ୍ୟରୁ କାଠ ଚୋରୀ ସନ୍ଦେହରେ ବନ ବିଭାଗ କର୍ମଚାରୀମାନେ ଉଠାଇ ଆଣିଥିବା ଜଣେ ଅଭିଯୁକ୍ତକୁ ନିସ୍ତୁକ ମାଡ ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜଣଙ୍କ ନୟାଗଡ ଜିଲ୍ଲା ଶରଣକୂଳ ଅଞ୍ଚଳର ଯୁବକ ଟିକି ବେହେରା ବୋଲି ଜଣାପଡିଛି ।

{"id":299629,"sizeSlug":"large"}

ଗତ ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ନିଳାଦ୍ରୀପ୍ରସାଦ ଜଙ୍ଗଲ ମଧ୍ୟରୁ ଯୁବକଙ୍କୁ କାଠ ଚୋରୀ ସନ୍ଦେହରେ ବନ ବିଭାଗ କର୍ମଚାରୀ ଉଠାଇ ଆଣିଥିଲେ ।  ରାତିରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଟିକି ବେହେରାଙ୍କ ଶରୀରରେ ପ୍ରବଳ ମାଡ଼ ଦାଗ ଥିବା ତାଙ୍କ  ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଟିକି ବେହେରାଙ୍କୁ ମୃତ ଘୋଷଣା କରିଥିଲେ ।

{"id":344055,"sizeSlug":"large"}

ବାଣପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ମୃତକ ଟିକି ବେହେରାଙ୍କ ପତ୍ନୀ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.