ସେଲ୍ଫି ନେବା ବେଳେ ନଦୀରେ ଭାସିଯାଇ ନିଖୋଜ ଘଟଣା : ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ

Published By : Prameya-News7 Bureau | November 12, 2019 IST

ଜୟପୁର ୧୨।୧୧ :  ସେଲ୍ଫି ନେବା ସମୟରେ ନଦୀରେ ଭାସିଗଲେ ଜଣେ ଯୁବକ ନିଖୋଜ ଘଟଣା । ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ ।

{"id":182784,"width":570,"height":564}

ସୂଚନାଯୋଗ୍ୟ ଯେ, ଗତକାଲି କୋରାପୁଟ ଜିଲ୍ଲା ଜୟପୁର ଗୁପ୍ତେଶ୍ବରକୁ ନିକଟରେ ପିକନିକ ପାଇଁ ଯାଇଥିଲେ  ବୈପାରୀଗୁଡାର ରିତିକ ଆଚାରୀ । ରିତିକ ସାଙ୍ଗମାନଙ୍କ ସହ ପିକନିକ ପାଇଁ ଗୁପ୍ତେଶ୍ବର ଯାଇଥିଲେ । ସେଠାରେ ସେଲଫି ନେବା ସମୟରେ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଅଗ୍ନିଶମ ଓ ଓଡ୍ରାଫ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ରିତିକଙ୍କୁ ଉଦ୍ଧାର କରାଯାଇପାରିନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.