ଭୋଜି କରିବାକୁ ଯାଇ ୨ ଦିନ ହେବ ଯୁବକ ନିଖୋଜ, ପୋଖରୀ କୂଳରୁ ମିଳିଲା ଚପଲ

Published By : Prameya-News7 Bureau | October 19, 2021 IST

ଜଗତସିଂହପୁର, ୧୯/୧୦: ଜଗତସିଂହପୁର ସଦର ଥାନା ବଡ଼ ବାଗ ଗାଁରେ ଦୁଇ ଦିନ ହେବ ଜଣେ ଯୁବକ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଯୁବକ ବଡ଼ ବାଗ ଗାଁର ରାମଚନ୍ଦ୍ର ସାହୁ । ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇଥିବା ବେଳେ ରାମଚନ୍ଦ୍ର ଆଉ ଘରକୁ ଫେରି ନଥିଲେ । ରାମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦିଆଯାଇଛି । ଗାଁ ଭିତରେ ଥିବା ଏକ ପୋଖରୀ କୂଳରୁ ନିଖୋଜ ଯୁବକଙ୍କ ଚପଲ ଉଦ୍ଧାର ହୋଇଛି । ପୋଲିସ ଏନେଇ ତନା ଘନା ଚଳାଇଛି । ଦୁଇ ଜଣ ଯୁବକଙ୍କୁ ସଦର ଥାନାରେ ପୋଲିସ୍‌ ଅଟକ ରିଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.